ଶିକ୍ଷା ବଜେଟ୍ ୧୧.୮% ଅଧିକ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆଜି ବର୍ଷ ୨୦୨୨-୨୩ର କେନ୍ଦ୍ରୀୟ ବଜେଟ୍ ସଂସଦରେ ଉପସ୍ଥାପିତ କରିଛନ୍ତି। ଏହି ବଜେଟ୍‌ରେ ଶିକ୍ଷା କ୍ଷେତ୍ର ପାଇଁ ୧.୦୪ ଲକ୍ଷ କୋଟିର ବ୍ୟୟବରାଦ ରଖାଯାଇଛି। ଯାହାକି ଗତବର୍ଷ ତୁଳନାରେ ୧୧.୮% ଅଧିକ। ୨୦୨୧-୨୨ ବଜେଟ୍‌ରେ ଶିକ୍ଷା କ୍ଷେତ୍ରଲାଗି ୯୩,୨୨୪.୩୧ କୋଟି ଟଙ୍କାର ବ୍ୟବସ୍ଥା ରହିଥିଲା।

ଚଳିତ ବଜେଟ୍‌ରେ ୱାନ୍ କ୍ଲାସ୍ ୱାନ୍ ଟିଭି ଚ୍ୟାନେଲ ଯୋଜନାର ପରିସର ବୃଦ୍ଧି କରାଯାଇ ୨୦୦ ଟିଭି ଚ୍ୟାନେଲ୍ କରାଯାଇଛି। ଭର୍ଚୁଆଲ ଲ୍ୟାବ୍‌, ସ୍କିଲିଂ ଇ-ଲ୍ୟାବ୍ ସହ ଚଳିତ ବଜେଟ୍‌ରେ ଏକ ଡିଜିଟାଲ ୟୁନିଭର୍ସିଟି ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଯାଇଛି।

ସେହିଭଳି ଦକ୍ଷତା ବିକାଶ କ୍ଷେତ୍ରରେ ଅନଲାଇନ ଟ୍ରେନିଂ ପାଇଁ ଡିଜିଲାଟ ଇକୋସିଷ୍ଟମ ଫର୍ ସ୍କିଲିଂ ଆଣ୍ଡ୍ ଲାଇଭ୍‌ଲିହୁଡ଼(ଦେଶ) ପୋର୍ଟାଲ ଏବଂ ଷ୍ଟାର୍ଟଅପ୍ ପାଇଁ ଡ୍ରୋନଶକ୍ତି ଯୋଜନା ଭଳି କାର୍ଯ୍ୟକ୍ରମକୁ ଚଳିତ ବଜେଟରେ ସ୍ଥାନ ମିଳିଛି।