ବଜେଟ ପୂର୍ବରୁ ମହାଭାରତର ଶାନ୍ତି ପର୍ବ ଶ୍ଲୋକ ବଖାଣିଲେ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆଜି ବଜେଟ୍ ଅଭିଭାଷଣ ଶେଷରେ ଭାରତୀୟ କରଦାତାଙ୍କୁ କୃତଜ୍ଞତା ଜଣାଇଥିଲେ। ମହାମାରୀ ସମୟରେ ବି ଦେଶର କରଦାତା ସରକାରଙ୍କୁ ସହଯୋଗ କରି ଜରୁରୀ ଆବଶ୍ୟକତା ପୂରଣ ଦିଗରେ ବଡ଼ ଭୂମିକା ନିର୍ବାହ କରିଛନ୍ତି। ଏକଥା କହି ସେ ମହାଭାରତର ଶାନ୍ତି ପର୍ବ ଅଧ୍ୟାୟର ଶ୍ଲୋକ ସଂଖ୍ୟା ୧୧କୁ ବଖାଣି ଦେଶରେ କର ଆଦାୟ ପୃଷ୍ଠଭୂମିକୁ ବୁଝାଇଥିଲେ।

ନିର୍ମଳା କହିଥିଲେ ଯେ ରାଜା ଯେକୌଣସି ଅଳସୁଆମୀକୁ ଏଡ଼ାଇ ଯାଇ ଧର୍ମ ଅନୁଯାୟୀ ରାଜ୍ୟ ଶାସନ କରି ଧର୍ମ ଅନୁଯାୟୀ ଟିକସ ସଂଗ୍ରହ କରି ଲୋକମାନଙ୍କର କଲ୍ୟାଣ ପାଇଁ ବ୍ୟବସ୍ଥା କରିବା ଉଚିତ୍। ଏହା ମହାଭାରତ ଆମକୁ କହିଛି।