ଫୋରେକ୍ସ ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପୁଅଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟର ଡାକରା

ଚଣ୍ଡିଗଡ଼,ଏଜେନ୍ସି: ଫୋରେକ୍ସ ଉଲ୍ଲଂଘନ ଏବଂ ଅନାବଶ୍ୟକ ବିଦେଶୀ ସମ୍ପତ୍ତି ରଖିବା ଅଭିଯୋଗରେ ଆଜି ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପୁଅ ରଣିନ୍ଦର ସିଂଙ୍କୁ ସମନ ଜାରି କରାଯାଇଛି। ଏନେଇ ରଣିନ୍ଦରଙ୍କୁ ତାଙ୍କ ଜଳନ୍ଧର ଅଫିସକୁ ମଙ୍ଗଳବାର ଦିନ ସମନ ହୋଇଥିଲା। ଏଥିରେ ସୁଇଜରଲ୍ୟାଣ୍ଡକୁ ପାଣ୍ଡି କାରବାର ଏବଂ ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡରେ ଏକ ଟ୍ୟାକ୍ସ ଆଶ୍ରୟସ୍ଥଳୀ ସୃଷ୍ଟି କରିବା ନେଇ ଅଭିଯୋଗ ହୋଇଛି।

ତେବେ ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନରେ ଥିବା କଂଗ୍ରେସ ସରକାର ରାଜ୍ୟର ଚାଷୀଙ୍କୁ ଶାନ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଚାଷୀ ବିଲକୁ ଅଗ୍ରାହ୍ୟ କରିଥିବାରୁ ତାଙ୍କ ପୁଅ ବିରୋଧରେ ଏଭଳି ଅଭିଯୋଗ ହୋଇଥିବା କହିଛନ୍ତି।