ଭାନୁଆତୁ ଦ୍ବୀପରେ ଭୂକମ୍ପ ଝଟକା, ତୀବ୍ରତା ୬.୧ ରେକର୍ଡ

ପୋର୍ଟ ଭିଲ୍ଲା,ଏଜେନ୍ସି: ଭୂକମ୍ପରେ ଥରିଲା ଭାନୁଆତୁ ଦ୍ବୀପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଆକଳନ ହୋଇଛି । ମଙ୍ଗଳବାର ମଧ୍ୟରାତ୍ରି ୨.୪୦ ମିନିଟରେ ଭାନୁଆତୁ ଦ୍ବୀପର ପୋର୍ଟ ଭିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭୂକମ୍ପର ଗଭୀରତା ୧୦ କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ -୧୮.୨୬ ରହିଥିବାବେଳେ ଦ୍ରାଘିମା ୧୬୯.୨୪ ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।