ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ତରଭା ଥାନା ଖାରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାର ଅଟୋ ମୁହାଁ ମୁହିଁ ଧକ୍କା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା। ମୃତକ ମାନେ ହେଲେ ଗୁଆବତି ଜାନି, ସତ୍ୟ ପ୍ରଧାନ ଓ ପ୍ରାଣନାଥ ବିଶ୍ଵାଳ ବୋଲି ଜଣା ପଡିଛି। ସେମାନେ ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଳକ ରାଘବପାଲି ଗ୍ରାମର। କାରଟି ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଗାଡ଼ି ଭିତରୁ ଜଣେ ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧା ରାଣୀ ସୁନା ବୋଲି ଲେଖା ହୋଇଥିବା ପୁଲିସ ପୋଷାକ ମିଳିଛି।

ଘଟଣାସ୍ଥଳରୁ ଆରଟୀକା ଗାଡ଼ିରେ ଥିବା ଯାତ୍ରୀ ଫେରାର ମାରିଥିବା ସୂଚନା ମିଳିଛି। ୬ ଜଣ ଆହତଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ରାଘବପାଲିର କିଛି ମହିଳା ଓ ଲୋକ ଅଟୋରେ ସୁବର୍ଣ୍ଣପୁର ମଙ୍ଗଳବାର ବଜାରକୁ ବିଭିନ୍ନ ପ୍ରକାର ପଲ୍ହା ବିକ୍ରି କରିବାକୁ ଆସୁଥିଲେ। ସୁବର୍ଣ୍ଣପୁର ପଟୁ ଏକ ଆର୍ଟିକା ଦୃତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣାସ୍ଥଳରେ ତରଭା ପୁଲିସ ପହଞ୍ଚି ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଅଧିକ ଅନୁସନ୍ଧାନ କରୁଛି।