ପୂର୍ବ ତୁର୍କୀରେ ଭୂକମ୍ପ, ୧୪ ଜଣଙ୍କ ମୃତ୍ୟୁ

ଇଲାଜିଗ,ଏଜେନ୍ସି: ପୂର୍ବ ତୁର୍କୀରେ ଶୁକ୍ରବାର ରାତିରେ ଏକ ବଡ଼ ଧରଣର ଭୂମିକମ୍ପହୋଇଛି। ଗତକାଲି ରାତି ୮ଟା ୫୫ରେ ଏହି ଭୂକମ୍ପ ହୋଇଥିବା ବେଳେ ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୮ ଟା ୫୫ରେ ସମୟରେ ତୁର୍କୀର ଲାଜିଜ୍ ପ୍ରଦେଶରେ ଏହି ଭୂମିକମ୍ପ ହୋଇଛି।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଥିବା ଜଣାପଡିଛି। ମାତ୍ର କିଛି ସମୟ ଭିତରେ ୧୫ ଥର ଝଟକାଅନୁଭୂତ ହୋଇଥିଲା। ଫଳରେ ଅନେକ କୋଠା ଭୁଶୁଡି ପଡିଛି। ସୂଚନା ଯୋଗ୍ୟ, ଭୂକମ୍ପ ସମୟରେ ପ୍ରାୟ ୧୦ ରୁ ଅଧିକ ଥରଝଟକା ଅନୁଭୂତ ହେବା ଫଳରେ ଲୋକେ ଭୟଭୀତ ହୋଇ ରାସ୍ତା ଉପରକୁ ଆସି ଚିତ୍କାର କରିଥିଲେ। ଭୂକମ୍ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ତୁର୍କୀ ରାଷ୍ଟ୍ରପତି କହିଥିବା ନେଇ ସୂଚନା ମିଳିଛି।