Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଫଡିଆଇ ନୀତି ଉଲ୍ଲଂଘନ କରୁଛନ୍ତି ଇ-ବାଣିଜ୍ୟ କମ୍ପାନୀ: କ୍ୟାଟ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏଫଡିଆଇ ନୀତି ଉଲ୍ଲଂଘନ କରୁଛନ୍ତି ଇ-ବାଣିଜ୍ୟ କମ୍ପାନୀ: କ୍ୟାଟ୍

ନୂଆଦିଲ୍ଲୀ: ପାର୍ବଣ ପରିପ୍ରେକ୍ଷୀରେ ଦେଶରେ ଫ୍ଲିପକାର୍ଟ ଓ ଆମାଜନ୍ ଭଳି ଅନେକ ଇ-ବାଣିଜ୍ୟ କମ୍ପାନୀ ସେମାନଙ୍କର ଉପସ୍ଥିତିକୁ ଆହୁରି ଅଧିକ ମଜଭୁତ୍ କରିବା ତଥା ଗ୍ରାହକମାନଙ୍କୁ ଆକର୍ଷିତ କରିବା ଲାଗି ଭାରିମାତ୍ରାର ରିହାତି ଉପଲବ୍ଧ କରାଉଛନ୍ତି। ଯାହାଫଳରେ ଗ୍ରାହକମାନେ କମ୍ ଦାମ୍ ରେ ଅଧିକ ସଂଖ୍ୟକ ସାମଗ୍ରୀ କିଣିପାରୁଛନ୍ତି। ପାର୍ବଣରେ ନିଜ ବ୍ୟବସାୟକୁ ଆହୁରି ଅଧିକ ସଫଳ କରାଇବା ପାଇଁ ଏହି ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ବିଭିନ୍ନ ବ୍ୟାଙ୍କ ଓ ବଡ଼ବଡ଼ ବ୍ରାଣ୍ଡ୍ ସହିତ ବୁଝାମଣା କରି ଇ-ପୋର୍ଟାଲରେ ବିଭିନ୍ନ ଉତ୍ପାଦ ମୂଲ୍ୟରେ ଭାରିମାତ୍ରାର ରିହାତି ଦେଉଛନ୍ତି।

ତେବେ ଅନଲାଇନ୍ ପୋର୍ଟାଲରେ ବିଭିନ୍ନ ଉତ୍ପାଦ ମୂଲ୍ୟରେ ଭାରିମାତ୍ରାର ରିହାତି ଦେବାରେ କେବଳ ଆମାଜନ୍ ଓ ଫ୍ଲିପକାର୍ଟ ଭଳି ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ଦାୟୀ ନୁହନ୍ତି, ବରଂ ବୃହତ୍ ସଂଖ୍ୟକ ବିଭିନ୍ନ ବ୍ରାଣ୍ଡ୍ର ସ୍ୱାମିତ୍ୱ କମ୍ପାନୀଗୁଡ଼ିକ ବିଶେଷକରି ମୋବାଇଲ୍, ଏଫଏମସିଜି, ଇଲେକ୍ଟ୍ରୋନିକ୍ସ ଉପକରଣ, ଫୁଟୱେର୍, ଉପହାର ସାମଗ୍ରୀ, ଘଣ୍ଟା ଓ ଅନ୍ୟ କ୍ଷେତ୍ରର ବ୍ରାଣ୍ଡ୍ ଏବଂ ବିଭିନ୍ନ ବ୍ୟାଙ୍କ ମଧ୍ୟ ଏନେଇ ସଂଯୁକ୍ତ ରୂପେ ଦାୟୀ ବୋଲି ବ୍ୟବସାୟିକ ସଂଗଠନ ସର୍ବଭାରତୀୟ ବ୍ୟବସାୟୀ ମହାସଙ୍ଘ (କ୍ୟାଟ୍) ଅଭିଯୋଗ କରିଛି।

ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇ-ବାଣିଜ୍ୟ କମ୍ପାନୀ ଏବଂ ଅନ୍ୟ ଖୁଚୁରା କମ୍ପାନୀ ବ୍ୟବସାୟର ମଡେଲରେ ଦିଆଯାଉଥିବା ଭାରିମାତ୍ରାର ରିହାତି ପ୍ରସଙ୍ଗରେ ଅଧ୍ୟୟନ ନିମନ୍ତେ ମନ୍ତ୍ରୀମାନଙ୍କର ଏକ ସମୂହ ଗଠନ କରିବା ପାଇଁ କ୍ୟାଟ୍ ପ୍ରସ୍ତାବ ଦେଇଛି। ଏହାବ୍ୟତୀତ ଉପରୋକ୍ତ ବ୍ରାଣ୍ଡ୍ ଗୁଡ଼ିକ ଉଭୟ ଅନଲାଇନ୍ ଓ ଅଫଲାଇନ୍ ବଜାର ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି, ଯାହା ପ୍ରତିଯୋଗିତା ଆଇନର ସ୍ପଷ୍ଟ ଉଲ୍ଲଂଘନ ବୋଲି କ୍ୟାଟ୍ ଅଭିଯୋଗ କରିଛି।

ଅପରପକ୍ଷେ ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ତରଫରୁ ବିଭିନ୍ନ ବ୍ୟାଙ୍କ ସହିତ ବୁଝାମଣା କରାଯାଉଛି। ଏହି ବୁଝାମଣା ଅନ୍ତର୍ଗତ ଇ-ବାଣିଜ୍ୟ କମ୍ପାନୀର ସେଲ୍ ସମୟରେ ଏହି ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ନିଜନିଜର କ୍ରେଡିଟ୍ ଓ ଡେବିଟ୍ କାର୍ଡ ଜରିଆରେ ପରିଶୋଧ କରିବା ଦ୍ୱାରା କ୍ୟାଶବ୍ୟାକ୍ ସମେତ ଅନ୍ୟ ବିଭିନ୍ନ ରିହାତି ଦେଉଛନ୍ତି। ତେଣୁ କ୍ୟାଟ୍ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ୍ ଏଭଳି ଅନେକ ବ୍ୟାଙ୍କକୁ ଟାର୍ଗେଟ୍ କରିବା ସହିତ ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ସରକାରଙ୍କ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ନୀତିର ଉଲ୍ଲଂଘନ କରୁଛନ୍ତି ଏବଂ ଉଚିତ୍ ମୂଲ୍ୟରୁ କମ୍ ଦରରେ ସାମଗ୍ରୀ ବିକ୍ରି କରୁଛନ୍ତି ବୋଲି ଆରୋପ ଲଗାଇଛନ୍ତି।

ଏ ସମସ୍ତ ପ୍ରସଙ୍ଗ ବ୍ୟତୀତ ଇ-ବାଣିଜ୍ୟ ବଜାର, ବିଭିନ୍ନ ବ୍ରାଣ୍ଡ୍ କମ୍ପାନୀ ଏବଂ ବ୍ୟାଙ୍କଗୁଡ଼ିକ ସହିତ ବୁଝାମଣାର ଉଚ୍ଚସ୍ତରୀୟ ଯାଞ୍ଚ କରିବା ପାଇଁ କ୍ୟାଟ୍ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛି। କ୍ୟାଟ୍ କହିଛି ଯେ, ଏହା ବିଶୁଦ୍ଧ ରୂପେ ଏକ ବେଆଇନ ଗଠବନ୍ଧନ। ତେଣୁ କ୍ୟାଟ୍ ର ପ୍ରତିନିଧିମଣ୍ଡଳ ଖୁବ୍ ଶୀଘ୍ର ଏ ସମ୍ବନ୍ଧରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହିତ ସାକ୍ଷାତ କରି ନ୍ୟାୟ ପାଇଁ ଆବେଦନ କରିବେ ବୋଲି ମହାସଙ୍ଘ ପକ୍ଷରୁ କୁହାଯାଇଛି।