ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବେଲପାହାଡସ୍ଥିତ ଏକ ହୋଟେଲରେ ଆଇପିଏଲ ବେଟିଙ୍ଗ ଚାଲିଥିବା ବେଳେ ପୁଲିସ ଚଢଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ କାର, ଗୋଟିଏ ଲାପଟପ୍, ଦୁଇଟି ଟ୍ୟାବଲେଟ, ୨୦ଟି ମୋବାଇଲ ଫୋନ ଓ ୧ ଲକ୍ଷ ୧୩ଶହ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଛତିଶଡ ରାଜ୍ୟ ରାୟଗଡ଼ ଜିଲ୍ଲାର ପ୍ରଦୀପ ପଟେଲ, ଆରିଫ ଅହମ୍ମଦ, ଏମଡି ୱାସିମ, ବିଜୟ ଶର୍ମା, ଶେର ଖାନ ବୋଲି ବେଲପାହାଡ ପୁଲିସ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ବେଲପାହାଡସ୍ଥିତ ଏକ ହୋଟେଲରେ ଆଇପିଏଲ ବେଟିଙ୍ଗ ଚାଲିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ପୁଲିସକୁ ଖବର ମିଳିଥିଲା। ବେଲପାହାଡ ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ ପୁଲିସର ଏକ ସ୍ୱତନ୍ତ୍ର ଦଳ ତୁରନ୍ତ ଚଢଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।