ଦୂର୍ଗା ପୂଜା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରାସ୍ତା ପାର୍ଶ୍ୱରେ ଶାରଦୀୟ ଦୂର୍ଗା ପୂଜା ନିମନ୍ତେ ଭୂମି ପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ଦୂର୍ଗା ମିଶ୍ର ଓ ଗୁପ୍ତ ମିଶ୍ର କାର୍ଯ୍ୟ ଆରମ୍ଭ କରିଥିବାବେଳେ କର୍ତ୍ତା ଭାବେ ସମ୍ପଦ କୁମାର ଦାଶ ଓ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ଦାଶ କାର୍ଯ୍ୟ ସମ୍ପାଦନ କରିଥିଲେ । ଗତ ୨ ବର୍ଷ ଧରି କରୋନା ପାଇଁ ପୂଜା ବନ୍ଦ ରହିଥିଲା । ଚଳିତ ବର୍ଷ ସ୍ଥାନୀୟ ଯୁବଗୋଷ୍ଠୀ ସହାୟତାରେ ଏହି କାର୍ଯ୍ୟ ସୁପରିଚାଳନା କରାଯିବ ବୋଲି ଜଣାପଡ଼ିଛି । ଏଥିରେ ପୂଜା କମିଟି ଅମିତ ମହାରଣା, ସୁଧୀର ମିଶ୍ର, ନିର୍ମଳ କାମ୍ବା, ଭାସ୍କର ରଥ, ଜଗନ୍ନାଥ ବଦଳେଇ, ସିମାଞ୍ଚଳ ପ୍ରାଣିଗ୍ରାହୀ, ମୁନା ପଣ୍ଡା, ସଞ୍ଜୀବ ଦାଶ, ସୁଶାନ୍ତ ସାହୁ, ବନମାଳୀ ମହାରଣା ଓ କିରଣ ଲମ୍ବତାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।