ସାବଧାନ! ନକଲି ସିଆରସିସି କରୁଛି ବିଦ୍ୟାଳୟ ପରିଦର୍ଶନ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ପଞ୍ଚାୟତ ର ଆର.ଏସ୍.ସି ୧୩ ନଂ ପ୍ରାଥମିକ ବିଦ୍ୟାଳୟ ରେ ତା.୧୧.୦୧.୨୦୨୦ ରିଖ ଦିନ ଚିତ୍ରକୋଣ୍ଡା ରେ ବ୍ୟବସାୟ କରୁଥିବା ବସନ୍ତ ସାହୁ ନାମକ ଜଣେ ବ୍ୟବସାୟୀ ନିଜକୁ ସି.ଆର.ସି.ସି କହି ମୋତେ ମାଲକାନଗିରି ଜିଲ୍ଲାପାଳ ଏହି ବିଦ୍ୟାଳୟ ରେ କଣ କଣ ଅସୁବିଧା ଅଛି ସେ ସବୁର ତଦାରଖ କରିବା ପାଇଁ ପଠେଇଛନ୍ତି। ଏପରି କହି ଆର.ଏସ୍.ସି ୧୩ ନଂ ସ୍କୁଲରେ ନିୟମିତ ଶିକ୍ଷକ ଆସୁନାହାନ୍ତି ବୋଲି ଗାଁ ଲୋକଙ୍କୁ କ୍ୟାମେରା ସାମ୍ନାରେ କହିବାକୁ ବାଧ୍ୟ କରାଇଥିଲେ ବୋଲି ଗାଁ ଲୋକେ ଅଭିଯୋଗ ଆଣିଛନ୍ତି।

ଏବଂ ଘର ଭିତରୁ ସମସ୍ତଙ୍କୁ ହାତ ଧରି ଟାଣି ଟାଣି ଆଣି ଶିକ୍ଷକଙ୍କ ବିରୁଦ୍ଧରେ କହିବା ପାଇଁ ବାଧ୍ୟ କରୁଥିଲେ ବ୍ୟକ୍ତି ଜଣକ। ଗାଁ ଲୋକେ କିଛି ନ କହିବାରୁ ବିଭିନ୍ନ ପ୍ରକାର ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ ବସନ୍ତ ସାହୁ। ଏହା ପରେ ସ୍କୁଲ୍ ସଭାପତି ଚିତ୍ରକୋଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହିପରି କିଛି ଅସାମାଜିକ ବ୍ୟକ୍ତି ଚିତ୍ରକୋଣ୍ଡା ଅଂଚଳରେ ରହି ନିଜକୁ କେତେ ବେଳେ ସି.ଆର.ସି.ସି କେତେବେଳେ ଆଉ କିଛି କହି ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବେଳେ ପୋଲିସ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଉନଥିବା ଦେଖିବାକୁ ମିଳିଛି । ଆସାମୀ ଖୁଲମଖୁଲା ଚିତ୍ରକୋଣ୍ଡା ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରିଚାଲିଛି। ତେବେ ଏନେଇ ତୁରନ୍ତ ପୋଲିସ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।