ଆସନ୍ତାକାଲିଠାରୁ ଭାରତର ସବୁ ରାଜ୍ୟରେ କରୋନା ଟିକାକରଣ ନେଇ ହେବ ଡ୍ରାଏରନ୍

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ୪ଟି ରାଜ୍ୟରେ କରୋନା ଟିକାର ଡ୍ରାଏରନର ସଫଳତା ପରେ ସମଗ୍ର ଭାରତରେ ଜାନୁଆରୀ ୨ରୁ ଟିକାକରଣର ଡ୍ରାଏରନ ଆରମ୍ଭ ହେବ। ପ୍ରକୃତ ଟିକାକରଣ ସମୟରେ ଯେପରି କୌଣସି ତ୍ରୁଟି ନହଉ ତାହା ସୁନିଶ୍ଚିତ କରିବା ପାଇଁ ଦେଶର କିଛି ରାଜ୍ୟରେ ଡିସେମ୍ବର ୨୯ ଏବଂ ୩୦ରେ ଡ୍ରାଏରନ୍ କରାଯାଇଥିଲା। ଉକ୍ତ ୨ଟି ରାଜ୍ୟରେ ଏହାର ସଫଳତା ପରେ ଏହା ଦେଶର ସମସ୍ତ ରାଜ୍ୟରେ ହେବ।

ଜାନୁଆରୀ ୨ ତାରିଖରୁ ଏହି ଡ୍ରାଏରନ୍ ଚାଲିବା ପାଇଁ ପ୍ରତ୍ୟେକ ରାଜ୍ୟରେ କିଛି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଡିସେମ୍ବର ୨୯ ଏବଂ ୩୦ରେ ସମଗ୍ର ପ୍ରକ୍ରିୟାରେ କୌଣସି ଟିକା ଜଡିତ ନଥିଲା, ଯେଉଁଠାରେ କୋ-ୱିନ୍ କୋ-ଆପ୍ ମାଧ୍ୟମରେ ରିଅଲ୍ ଟାଇମ୍ ମନିଟରିଂ କରାଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି କି, ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତିରେ ଡ୍ରାଏରନ୍ ହୋଇଥିବା ରାଜ୍ୟ ସନ୍ତୁଷ୍ଟ ଅଛନ୍ତି।

ଯଦିଓ ଭାରତର କୌଣସି କମ୍ପାନୀ ଏପର୍ଯ୍ୟନ୍ତ କରୋନା ଟିକାକରଣର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିନାହାନ୍ତି, ତଥାପି ଖବର ରହିଛି ଯେ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ)ର ସବଜେକ୍ଟ ଏକ୍ସପର୍ଟ କମିଟି ଅକ୍ସଫୋର୍ଡ ଟିକା ବ୍ୟବହାରକୁ ଅନୁମୋଦନ କରିପାରେ। ଏହା ବ୍ୟତୀତ ଜାନୁଆରୀ ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ଭାରତକୁ କରୋନା ଟିକା ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିଛି।