ପଥରରେ ଛେଚି ସ୍ତ୍ରୀ ଓ ଶିଶୁକନ୍ୟାକୁ ମରଣାନ୍ତକ ଆକ୍ରମଣ କଲା ମଦ୍ୟପ ଯୁବକ

ଦେବଗଡ଼, ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ଖିଲେଇ ପଞ୍ଚାୟତ ଲୁଆଲୋଇ ଗ୍ରାମରେ ଜଣେ ମଦ୍ୟପ ଯୁବକ ଉନ୍ନୁକ୍ତ କାଣ୍ଡ ଘଟାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଲୁଆଲୋଇ ଗ୍ରାମର ମହେଶ୍ୱର ନାୟକ ଅନ୍ୟଦିନ ଭଳି ଆଜି ଅପରାହ୍ନରେ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ସ୍ତ୍ରୀ ଯଶୋଦାକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ମହେଶ୍ୱର ଏକ ପଥର ସାହଯ୍ୟରେ ସ୍ତ୍ରୀ ଓ ଶିଶୁକନ୍ୟାକୁ ଛେଚି ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଉଭୟ ମା’ ଝିଅଙ୍କୁ ଗୁରୁତର ଅବସ୍ଥାରେ ପରିବାର ଓ ପଡ଼ିଶା ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।