ମଦ ପିଇ ଗାଡ଼ି ଚଲାଇ ଏସଆଇ ନିଲମ୍ବିତ

ମୟୁରଭଞ୍ଜ,ଏନ୍ଏନ୍ଏସ୍ମୟୁରଭଞ୍ଜର ଏସପି ସୋମବାର ମଦ ପିଇ ଗାଡ଼ି ଚଳାଇବା  ଏବଂ ଏକ ସ୍କୁଟି ସହ ଧକ୍କା କରିବା ଅଭିଯୋଗରେ ସବଇନସ୍ପେକଟର ଶୁଭେନ୍ଦୁ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ତଥ୍ୟ ଅନୁଯାୟୀ ଶୁଭେନ୍ଦୁ ମଦପିଇ ଏକ କାର ଯୋଗେ ଉଦଳା କପ୍ତିପଦା ରାସାରେ ଯାଉଥିଲେ। ସେହି ସମୟରେ ତାଙ୍କ କାରଟି ଏକପେଟ୍ରୋଲପମ୍ପ ନିକଟରେ ଏକ ସ୍କୁଟି ସହିତ ଧକ୍କା ହୋଇଥିଲା। ଫଳରେ ୨ଜଣ ଲୋକ ଗୁରୁତର ଆହତ ହୋଇଥିଲେ। ସେମାନେ  ହେଲେ ପ୍ରଭଞ୍ଜନ ପରିଡ଼ା ଓ ସତ୍ୟଜିତ ନାୟକ।

ଦୁର୍ଘଟଣା ଘଟାଇ ଏସ୍ଆଇଙ୍କ କାରଟି ସେଠାରୁ ଖସିଯାଉଥିବାବେଳେ ନିକଟରେ  ଥିବା ଏକ ଇଲେକ୍ଟ୍ରିକ୍‌ ପୋଲ ସହିତ ଧକ୍କା ହୋଇଥିଲା। ପରେ ସ୍ଥାନୀୟ ଲୋକ ତାଙ୍କୁ ଧରିଥିଲେ। ପରବର୍ତ୍ତୀ ସମୟରେ ଉଦଳା ପୁଲିସ ସେଠାରେ ପହଞ୍ଚି ଏସଆଇଙ୍କୁ ପୁଲିସ ଷ୍ଟେସନ ନେଇଯାଇଥିଲା। ତଥ୍ୟ ଅନୁଯାୟୀ ଶୁଭେନ୍ଦୁ ବେହେରା ବାରିପଦା ପୁଲିସହେଡକ୍ୱାର୍ଟରରେ କାର୍ଯ୍ୟରତ ଅଛନ୍ତି।