ଆସାମରେ ସଡ଼କ ଦୁର୍ଘଟଣା: ୧୦ମୃତ

ଆସାମ: ପୂର୍ବ ଆସାମର ଶିବସାଗର ଜିଲ୍ଲାରେ ୩୭ନମ୍ବର ଜାତୀୟ ରାଜପଥଠାରେଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୧୦ଜଣଙ୍କ ମୃୃତ୍ୟୁ ହୋଇଛି। ଶିବସାଗର ଜିଲ୍ଲାର ଥାୱାରା ବ୍ରିଜ୍ ନିକଟରେ ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଦଶଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆହତ ଏଗାର ଜଣଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଯୋଗୁଁ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରେ ବୋଲି ମଧ୍ୟ କୁହାଯାଇଛି। ଗୋଲାଘାଟଠାରୁ ଦିବ୍ରୁଗଡ଼ ଯାଉଥିବା ଏକ ଯାତ୍ରୀବାହୀ ବସ ଏବଂ ବିପରୀତ ଦିଗରୁ ଆସୁଥିବା ଏକ ମିନିବସ୍ ମୁହାଁମୁହିଁ ଧକ୍କା ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେଦେମୋବୋ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ସେମାନଙ୍କୁ ଦିବ୍ରୁଗଡ଼ ସ୍ଥିତ ଆସାମ ମେଡିକାଲ କଲେଜ ଏବଂହସ୍ପିଟାଲ୍‌ ପଠାଇଦିଆଯାଇଥିଲା