ଏସ୍‌ଟିଏଫ୍ ଜାଲରେ ନିଶା ବେପାରୀ: ଦେଢ କୋଟିର ବ୍ରାଉନସୁଗାର ସହ ୩ ଗିରଫ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ରାଜ୍ୟରେ ଥମୁନି ନିଶା କାରବାର। ଆଜି ପୁଣି ଏସଟିଏଫ ଜାଲରେ ପଡିଛି ନିଶା ବେପାରୀ। ଖୋର୍ଦ୍ଧା ଜଟଣୀ ରାଜା ବଜାରରୁ ୧୩୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି।

ତେବେ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବ୍ରାଉନସୁଗାର ସହିତ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏହାସହିତ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌।

ସୂଚନା ଅନୁସାରେ, ରାଜ୍ୟରେ ପ୍ରତିଦିନ ବିଭିନ୍ନ ସ୍ଥାନରୁ ନିଶା କାରବାର ଘଟଣା ସାମ୍ନାକୁ ଆସୁଛି। ଫଳରେ ନିଶା ବେପାରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଲାଣି। ଏହାକୁ ନେଇ ପୋଲିସର ଚିନ୍ତା ମଧ୍ୟ ବଢିବାରେ ଲାଗିଛି।