ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ନୂଆପଡ଼ା,ଏନ୍ଏନ୍ଏସ୍ : ନୂଆପଡ଼ା ଜିଲ୍ଲା ସଦର ଥାନା ମାଉଲିଭଟା ଗାଁ’ରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ମଂଚୁ ସାହୁ(୨୨) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନୂଆପଡ଼ା ସହରର ସନ୍ତୋଷ ଠାକୁରଙ୍କ ଟ୍ରାକ୍ଟରକୁ ମାଉଲିଭଟା ଗାଁ’ ର ସମାରୁ ସାହୁଙ୍କ ପୁଅ ମଂଚୁୁ ଚଲାଉଥିଲେ। ମଂଚୁ ଟ୍ରାକ୍ଟର ଧୋଇବାକୁ ମାଉଲିଭଟା ପୋଖରୀକୁ ନେଇଥିଲେ। ସେଠାରେ ଟ୍ରାକ୍ଟର ଧୋଇ ପଦାକୁ ବାହର କରିବା ସମୟରେ ଟ୍ରାକ୍ଟର ଭାରସମ୍ୟ ହରାଇ ଓଲଟି ଯାଇଥିଲା। ଫଳରେ ମଂଚୁ ଟ୍ରାକ୍ଟର ତଲେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ବହୁକଷ୍ଟରେ ମଂଚୁଙ୍କୁ ଉଦ୍ଧାର କରିଥିଲେ । ହେଲେ ଘଟଣା ସ୍ଥଳରେ ମଂଚୁଙ୍କ ମୃତ୍ୟୁ ହୋଇଯାଇଥିଲା । ଏନେଇ ନୂଆପଡ଼ା ପୁଲିସକୁ ଖବରଦେବାରୁ ଘଟଣା ସ୍ଥଳରେ ପୁଲିସ ପହଚିଂ ମୃତଦେହ ଜବତ କରିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ବୋଲି ସଦର ଥାନା ଏସଆଇ ଜିତୁ ମହାନନ୍ଦ ସୂଚନା ଦେଇଛନ୍ତି।