ହଲଦାନୀ-ଋଷିକେଶରେ ୧ ହଜାର ବେଡ ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ ନିର୍ମାଣ କଲା ଡିଆରଡିଓ

ନୂଆଦିଲ୍ଲୀ,ଏଜେନ୍ସି: ଡିଆରଡିଓ ପକ୍ଷରୁ ହଲଦାନୀରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯାଉଛି। ଏଥିରେ ୩୭୫ଟି ଅକ୍ସିଜେନ ବେଡ ଓ ୧୨୫ଟି ଭେଣ୍ଟିଲେଟର ରହିବ। ସେହିଭଳି ଋଷିକେଷରେ ୪୦୦ ଅକ୍ସିଜେନ ବେଡ ପ୍ରତିଷ୍ଠା କରୁଛି। ଋଷିକେଶରେ ୧୦୦ଟି ଭେଣ୍ଟିଲେଟର ବେଡ ରହିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଡିଆରଡିଓ ଦ୍ୱାରା କରୋନା ଔଷଧ ୨-ଡିଜିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ଦ୍ୱାରା ଅନୁମତି ପ୍ରଦାନ କରିଛି। ଏହି ଔଷଧ ଆଇଏନ୍‌ଏମ୍‌ଏସ୍ ଓ ହାଇଦ୍ରାବାଦର ସିସିଏମବିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଔଷଧର ନାମ ଡିଅକ୍ସ-ଡି-ଗ୍ଲୁକୋଜ ରଖାଯାଇଛି ଏବଂ ଏହାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଥିବା କଥା କୁହାଯାଉଛି।