ଗତ ୨୪ ଘଣ୍ଟାରେ ଦେଶରେ ୪,୦୩,୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୦୯୨ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଅଣାୟତ୍ତ ସଂକ୍ରମଣ। ଅଧିକ ଭୟଙ୍କର ହେଉଛି କରୋନାର ଦ୍ୱିତୀୟ ଲହର। ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ୪ ଲକ୍ଷ ୩ ହଜାର ୭୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦୯୨ ଜଣଙ୍କର ମୃତ୍ୟୁ ହୋଇଛି। ୩ ଲକ୍ଷ ୮୬ ହଜାର ୪୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୨୨ ଲକ୍ଷ ୯୬ ହଜାର ୪୧୪କୁ ବୃଦ୍ଧି ହୋଇଛି। ୨ ଲକ୍ଷ ୪୨ ହଜାର ୩୬୨କୁ ମୃତ୍ୟୁ ସଂଖ୍ୟା ଛୁଇଁଥିବାବେଳେ ସକ୍ରିୟ ସଂକ୍ରମିତ ସଂଖ୍ୟା ୩୭ ଲକ୍ଷ ୩୬ ହଜାର ୬୪୮ ରହିଛି। ୧ କୋଟି ୮୩ ଲକ୍ଷ ୧୭ ହଜାର ୪୦୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୬ କୋଟି ୯୪ ଲକ୍ଷ ୩୯ ହଜାର ୬୬୩ ଜଣଙ୍କୁ ଟିକାକରଣ କରାଯାଇଛି।