ନୂଆଦିଲ୍ଲୀ: ଡିଆରଡିଓ ପ୍ରସ୍ତୁତ କରିଥିବା ୨-ଡୀଓକ୍ସୀ-ଡୀ-ଗ୍ଲୁକୋଜ (୨-ଡୀଜୀ)କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଲଞ୍ଚ କରିଛନ୍ତି। ନିକଟରେ ଡିଆରଡିଓର ୨-ଡୀଜୀ ଔଷଧକୁ ଜରୁରୀକାଳୀନ ଉପଯୋଗ ଲାଗି ମଞ୍ଜୁରୀ ମିଳିଥିଲା। ଡିଆରଡିଓ ଏହି ଔଷଧକୁ ଡା.ରେଡ୍ଡୀଜ ଲାବରୋଟୋରୀଜ ସହ ମିଶି ପ୍ରସ୍ତୁତ କରିଛି।
ସୂଚନାଯୋଗ୍ୟ, ଡିଆରଡିଓର ୨-ଡୀଜୀ ଔଷଧକୁ ଗମ୍ଭୀର କରୋନା ରୋଗୀଙ୍କୁ ଦିଆଯାଇପାରିବ। ପିଲାଙ୍କ ଚିକିତ୍ସା ଲାଗି ମଧ୍ୟ ଏହି ଔଷଧ ଉପଯୋଗୀ ହେବ। କିନ୍ତୁ ପିଲାଙ୍କ ଲାଗି ଏହି ଔଷଧର ଡୋଜ୍ ଭିନ୍ନ ରହିବ। ଏହି ଔଷଧ ଦ୍ୱାରା ରୋଗୀଙ୍କଠାରେ ଆଉ ଅକ୍ସିଜେନର ଅଭାବ ଦେଖାଯିବ ନାହିଁ ବୋଲି ଜଣାପଡ଼ିଛି।