ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ମତଗଣନା ଜାରି ରହିଛି । ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ ମିଳିଥିବାବେଳେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଭୋଟ ମିଳିଛି । ମୋଟ ୧୫ଟି ଭୋଟ ନାକଚ ହୋଇଛି । ଏନେଇ ରାଜ୍ୟସଭା ମହାସଚିବ ପୀସୀ ମୋଦୀ ଘୋଷଣା କରିଛନ୍ତି ।
ପୀସୀ ମୋଦୀ କହିଛନ୍ତି ଯେ, ପ୍ରଥମ ରାଉଣ୍ଡରେ କେବଳ ସାଂସଦଙ୍କ ଭୋଟ ଗଣତି କରାଯାଇଛି । ଦ୍ରୌପଦୀ ପାଇଥିବା ୫୪୦ ଭୋଟର ମୂଲ୍ୟ ହେଉଛି ୩ଲକ୍ଷ ୭୮ ହଜାର । ଅନ୍ୟପଟେ ଯଶୱନ୍ତଙ୍କୁ ମିଳିଥିବା ୨୦୮ ଭୋଟର ମୂଲ୍ୟ ୧ଲକ୍ଷ ୪୫ହଜାର ୬୦୦ ହେବ ।