ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀସ୍ଥିତ ଇଡ଼ି ଅଫିସରେ ହାଜର ହୋଇଛନ୍ତି । ସୋନିଆ ସୁରକ୍ଷା ମଧ୍ୟରେ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଇଡି ଅଫିସ ପହଞ୍ଚିଛନ୍ତି । ସୋନିଆଙ୍କ ଦେହ ଭଲ ନଥିବାରୁ ପ୍ରିୟଙ୍କାଙ୍କୁ ଇଡି ଅଫିସରେ ରହିବାକୁ ଅନୁମତି ଦିଆଯାଇଛି । ସୋନିଆ ଗାନ୍ଧୀ ଇଡି ଅଫିସରେ ହାଜର ହେବା ପୂର୍ବରୁ ତାଙ୍କ ଜନପଥସ୍ଥିତ ଆବାସରୁ ଇଡି ଅଫିସ ପର୍ଯ୍ୟନ୍ତ ଭାରି ସଂଖ୍ୟାରେ ପୁଲିସକର୍ମୀ ନିଯୁକ୍ତ ହୋଇଥିଲେ ।
ଇଡ଼ି ସୂତ୍ର ମୁତାବକ, ସୋନିଆ ଗାନ୍ଧୀଙ୍କୁ ୩ଟି ଚରଣରେ ପଚରାଉଚୁରା କରାଯାଉଛି । ପ୍ରଥମ ଚରଣରେ ବ୍ୟକ୍ତିଗତ ପ୍ରଶ୍ନ ପଚରାଯିବ । ଦ୍ୱିତୀୟ ଚରଣ ଜେରାରେ ଇଡି ଟିମ୍ ଏସୋସିଏଟ ଜର୍ନାଲ ଲିମିଟେଡ ଏବଂ ୟଙ୍ଗ ଇଣ୍ଡିଆନକୁ ନେଇ ପ୍ରଶ୍ନ ପଚାରିବ । ତୃତୀୟ ଚରଣରେ ସମସ୍ତ ଦିଗରେ ପଚରାଉଚୁରା କରାଯିବ ।