ନୂଆଦିଲ୍ଲୀ: ଗୁଜରାଟର ସୁରଟ ଗସ୍ତ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀ ଓ ପଞ୍ଜାବ ପରେ ଗୁଜରାଟବାସୀଙ୍କୁ ଫ୍ରି ବିଜୁଳି ମିଳିବ । ଏଥିସହିତ ୨୪ ଘଣ୍ଟା ବିଜୁଳି ଯୋଗାଇବୁ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି ।
ଏହି ଅବସରରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଗୁଜରାଟରେ ସମସ୍ତଙ୍କୁ ଡରାଇ ରଖାଯାଇଛି । ୨୭ ବର୍ଷ ହେବ ଗୋଟିଏ ପାର୍ଟି ରାଜ କରୁଥିବାରୁ ଅହଙ୍କାର ବଢ଼ିଯାଇଛି । ସେଥିପାଇଁ ଗୁଜରାଟ ପରିବର୍ତ୍ତନ ଚାହୁଁଛି । ଆମକୁ ରାଜନୀତି କରିବା ଆସେନି କାମ ନକଲେ ଆପଣ ଭୋଟ ଦେବେନି । ଆମ ସରକାର ଆସିଲେ ୩ ମାସରେ ୩୦୦ ୟୁନିଟ ବିଜୁଳି ଫ୍ରି କରାଯିବ । ଦିଲ୍ଲୀ ଓ ପଞ୍ଜାବରେ ଫ୍ରି ବିଜୁଳି ମିଳୁଛି ତ ଗୁଜରାଟରେ ବି ମିଳିବ । ଏବେ ଆଉ ବିଜୁଳି କାଟ ହେବନାହିଁ । ଏହି ଯାଦୁ କରିବାର ଉପାୟ ଈଶ୍ୱର କେବଳ ମୋତେ ଦେଇଛନ୍ତି । ଆଉ କେହି ଏହି ଯାଦୁ କରିପାରିବେନି ।