ଓମିକ୍ରନକୁ ଅଣଦେଖା କରନ୍ତୁନି: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଯୋଗୁ ସମଗ୍ର ବିଶ୍ୱରେ ସୃଷ୍ଟି ହୋଇଥିବା ଭୟାବହତାକୁ ଦୃଷ୍ଟିରେ ରଖି ଜନ ସ୍ୱାସ୍ଥ୍ୟ ସୁବିଧା ଓ ସାମାଜିକ ଉପାୟକୁ ଯଥାଶୀଘ୍ର ବଢ଼ାଇବା ଉପରେ ଡବ୍ଲ୍ୟୁଏଚଓ ଜୋର ଦେଇଛି। ଦେଶର ଦୃଢ଼ ସ୍ୱାସ୍ଥ୍ୟ ଓ ସାମାଜିକ ଉପାୟ ଦ୍ୱାରା ଓମିକ୍ରୋନ ବ୍ୟାପିବାକୁ ରୋକାଯାଇ ପାରିବ।

ଡବ୍ଲ୍ୟୁଏଚଓ ଆହୁରି କହିଛି ଯେ, କେବଳ ଟିକା ଦ୍ୱାରା ମହାମାରୀକୁ ରୋକାଯାଇ ପାରିବ ନାହିଁ। ସବୁଠୁ ଅଧିକ ପ୍ରଭାବିତ ଲୋକଙ୍କ ଉପରେ ଆମେ ଅଧିକ ଧ୍ୟାନ ଦେବା ଉଚିତ। ଡେଲ୍ଟା ଭେରିଆଣ୍ଟ ଯୋଗୁ ଗତ କିଛି ମାସ ହେବ ସମଗ୍ର ବିଶ୍ୱରେ ସଂକ୍ରମଣ ମାମଲା ବଢ଼ିଛି। ଓମିକ୍ରନରୁ ବଢ଼ୁଥିବା ସଂକ୍ରମଣ ୩ଟି ପ୍ରଶ୍ନ ଉପରେ ଆଧାରିତ। ଏହା ହେଲା ଭାଇରସର ପ୍ରଭାବ, ଏହା ବିରୋଧରେ ଟିକା କେତେ ସୁରକ୍ଷା ପ୍ରଦାନ କରିବ ଓ ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଓମିକ୍ରନ୍ କେତେ ପ୍ରଭାବୀ।