ମାଲିକ ପାଇଁ ଜୀବନକୁ ବାଜି ଲଗାଇଲା ପୋଷା କୁକୁର

ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ଜୟପୁର ସହରର ପାୱାର ହାଉସ୍ କଲୋନୀରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କୁକୁର ନିଜ ମାଲିକକୁ ସାପ କବଳରୁ ବଞ୍ଚାଇଥିବା ଜଣାଯାଇଛି। ସୂଚନା ଅନୁସାରେ ଗତକାଲି ଅପରାହ୍ନ ପ୍ରାୟ ୩ଟାବେଳେ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଘର ଭିତରକୁ ଏକ ବିରାଟକାୟ ସାପ ପଶୁଥିବାବେଳେ ଏହାକୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲା ପୋଷା କୁକୁର ।

ନିଜ ଜୀବନକୁ ବାଜି ଲଗାଇ ତା ସହ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଲଢ଼େଇ କରିଥିଲା। ଶେଷରେ ସାପକୁ କାମୁଡି ଦୁଇ ଖଣ୍ଡ କରିଦେଇଥିଲା । ତେବେ ଏହି ଘଟଣାଟି ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।