କରୋନାରେ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ଏନଏନଏସ୍: କରୋନାରେ ଜଣେ ଓଡିଆ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଡାକ୍ତର ଅଶ୍ୱନୀ କୁମାର ପ୍ରତାପଙ୍କ ଘର ବାଙ୍କୀରେ ହୋଇଥିବାବେଳେ ସେ ଏମକେସିଜିରେ ଡାକ୍ତରୀ କରିଥିଲେ। ଦିଲ୍ଲୀର ରାଜୀବ ଗାନ୍ଧୀ ସୁପରସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ, କିଛିଦିନ ହେଲା ସେ ଅସୁସ୍ଥ ଅନୁଭବ କରୁଥିଲେ। ଶ୍ୱାସ ଜନିତ ସମସ୍ୟା ଦେଖାଦେବାରୁ ୧୬ ତାରିଖରେ ତାଙ୍କୁ ଦିପଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଶନିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଣ୍ଟିଲେଟରରେ ରଖାଯାଇଖଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟପକ୍ଷରେ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କଠାରେ ମଧ୍ୟ କରୋନା ପଜିଟିଭ ଚିହ୍ନଟ କରାଯାଇଛି।