ଗଦାପୁର ଠାରେ ଡ଼. ବିଆର୍ ଆମ୍ବେଦକର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉଦ୍‌ଘାଟିତ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: ଓଡ଼ିଆ ନବବର୍ଷ, ବିଷୁବ ପଣା ସଂକ୍ରାନ୍ତି ଓ ଡ଼. ବିଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଗଦାପୁର ଠାରେ ଡ଼. ବିଆର୍ ଆମ୍ବେଦକର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶୁଭ ଉଦ୍‌ଘାଟନୀ ଦିବସ ପାଳନ କରାଯାଇଛି।

ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୧ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମାଝୀ ଯୋଗଦେଇ ବିଦ୍ୟାଳୟର ଶୁଭ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଦାପୁର ସରପଞ୍ଚ କୁମାରୀ ମଲ୍ଲିକ, ସମିତିସଭ୍ୟ ରୁଦା ମଲ୍ଲିକ, ପରାମର୍ଶ ଦାତା ଭାବେ ଯାଜକ ପ୍ରଫୁଲ୍ଲ ସଭାପତି, ସ୍କୁଲ କମିଟି ସଭାପତି ତଥା ଅବସର ପ୍ରାପ୍ତ ଶିକ୍ଷକ ସୀମାଦ୍ରୀ ଦେଓ, କୋଷାଧ୍ୟକ୍ଷ ନମିତା ପରିଡ଼ା, ସ୍କୁଲ ଅଧ୍ୟକ୍ଷ ଲକ୍ଷିନ୍ଦ୍ର ନାୟକ, ଶିକ୍ଷକ ବସନ୍ତ ପାତ୍ର, ରଞ୍ଜନ ମଲ୍ଲିକ, ଗ୍ରାମ ମୁଖିଆ ଲଡୁ ପ୍ରଧାନୀ, ଦିଲ୍ଲୀପ ନାୟକ ,ସୁଭଦ୍ରା ଉଥାନ ସିଂ ସମେତ ଅଞ୍ଚଳର ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ ।