ଭଦ୍ରକ,ଏନ୍ଏନ୍ଏସ୍: ବାପି ପାଣିଙ୍କୁ ଗୁଳି କଲା ପୁଲିସ। ଭଦ୍ରକ ଜିଲ୍ଲା ଚଢ଼େୟା ଠାରେ ଡକାୟତି ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର କରିଛି ଗ୍ରାମାଞ୍ଚଳ ପୁଲିସ। ପୁଲିସର ଗୁଳି ମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଆହତ ହୋଇଥିବା ସୂଚନା ରହିଛି। ପୁଲିସର ଗୁଳି ସିଧାସଳଖ ବାପିର ଗୋଡ଼ରେ ବାଜିଥିଲା। ଫଳରେ ବାପିକୁ କାବୁ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ।
ଡକାୟତି ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଥିଲେ ବାପି ଓ ତା ଗ୍ୟାଙ୍ଗ। ସୂଚନାପାଇ ପୁଲିସ ଘଟଣାସ୍ଥଳରେ ଚଢ଼ଉ କରିଥିଲା। ଠିଏ ଏତିକିବେଳେ ଡକାୟତମାନେ ଗୁଳି ଚଳାଇଥିଲେ। ଏଥିରେ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ସମେତ ତିନି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସର ପାଲଟା ଗୁଳି ମାଡ଼ରେ ବାପି ଆହତ ହୋଇଥିବା ବେଳେ ତାକୁ ମେଡିକାଲରେ ଭର୍ତ୍ତି ତକରାଯାଇଛି।