ରିମାଣ୍ଡରେ କେବିଏନ୍ ଗ୍ରୁପ, ପୁଲିସ ଆଗରେ ସତ ଉଗାଳୁଛନ୍ତି ଅଭିଯୁକ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ କେବିଏନ ଗ୍ରୁପର ଭିଡିଓ ଭାଇରାଲ ଘଟଣାରେ ୨ ଦିନିଆ ରିମାଣ୍ଡରେ ଭାଇରାଲ ଅଭିଯୁକ୍ତ। ୫ ଅଭିଯୁକ୍ତଙ୍କୁ ୨ ଦିନଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ନୟାପଲ୍ଲୀ ଥାନା ପୁଲିସ। ଅଭିଯୁକ୍ତମାନେ ହେଲେ ରାହୁଲ ଜେନା, ଚେଙ୍ଗ ଓରଫ ରାଜେଶ ବେହେରା, ଶନିଆ ଓରଫ ସନାତନ ବେହେରା, ସୁମନ ପରିଡା ଓ ନରେନ୍ଦ୍ର ସାହୁ। ରିଲରେ ବ୍ୟବହାର ମାରଣାସ୍ତ୍ର ଓ ବନ୍ଧୁକ କେଉଁଠାରେ ଅଛି? ସେମାନେ କାହାଠାରୁ କିଣିଥିଲେ ବନ୍ଧୁକ? ତାର ଛାନଭିନ ଆରମ୍ଭ କରିଛି ପୁଲିସ।

ସେହିପରି କୁଆଡ଼େ ଗଲା ଗ୍ୟାଙ୍ଗ ମୁଖିଆ ଦେବୀପ୍ରସାଦ ଜେନା ଓରଫ ବୁବୁ? ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କ ବାବଦରେ ପଚାରୁଛି ପୁଲିସ। ଗ୍ୟାଙ୍ଗ ମୁଖିଆ ବୁବୁ ଜେନାର ପ୍ରମୁଖ ସହଯୋଗୀ ଥିଲେ ଚେଙ୍କ ଓ ଶନିଆ। ପୂର୍ବରୁ ଚେଙ୍ଗ ଓ ସଞ୍ଜୟ ଖୁଣ୍ଟିଆରେ ଘରେ ରେଡ୍ କରି ମାରଣାସ୍ତ୍ର ଜବତ କରିଛି ନୟାପଲ୍ଲୀ ଥାନା ପୁଲିସ। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସିପି କହିଛନ୍ତି। ସେପଟେ ରିମାଣ୍ଡରେ ଥିବା ଅନ୍ୟତମ ଅଭିଯୁକ୍ତ ନରେନ୍ଦ୍ର ସାହୁଙ୍କ ପରିବାର ନରେନ୍ଦ୍ର ନିର୍ଦ୍ଦେଶ ବୋଲି ଦାବି କରିଛନ୍ତି।