ବାଲିଗୁଡ଼ାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା. ବୃନ୍ଦା ଡିଏସ୍‌ପି ଭିନୀତ ଅଗ୍ରୱାଲ୍‌, ଏସଡିପିଓ ଜିଆର ରାଘବେନ୍ଦ୍ର ଗୁଣ୍ଡାଲା, ଉପଜିଲ୍ଲାପାଳ ଦୁଃଖୀ ବନ୍ଧୁ ନାୟକ, ବିଡିଓ ଜଗଦୀଶ ଷଡ଼ଙ୍ଗୀ ଓ ସିଡିପିଓ ଅନିତା ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମା ଉପସ୍ଥିତ ଥିଲେ । ଆଜି ପ୍ରାୟ ୬୬ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଛି । ଆବଶ୍ୟକ ପ୍ରଚାର ପ୍ରସାର ହୋଇପାରିନଥିବା ଯୋଗୁ ପ୍ରଥମ ଦିନରେ କମସଂଖ୍ୟକ ଲୋକ ଆସିଥିବା ଜଣାପଡ଼ିଛି ।