ମାଲକାନଗିରିରେ ଜିଲ୍ଲାସ୍ତରୀୟ ଚିନାବାଦାମ ଓ ମୁଗ ମଣ୍ଡି ଉଦଘାଟିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଚିନାବାଦାମ ଓ ମୁଗ ମଣ୍ଡି ଉଦଘାଟିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଉପସ୍ଥିତ ରହି ମଣ୍ଡି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁଚରଣ ନାୟକ, ମାଲକାନଗିରି ଲ୍ୟାମ୍ପସ ଏମ.ଡି ଅଭିମନ୍ୟୁ ନାୟକ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ମଣ୍ଡି ଶୁଭାରମ୍ଭ ପରେ ଚାଷୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ମୂଲ୍ୟ ପାଇପାରିବେ ବୋଲି କହିଥିଲେ। ମାଲକାନଗିରିରେ ମୋଟ ୨୯ଟି ମଣ୍ଡିରେ ଚିନାବାଦାମ ଓ ମୁଗ କ୍ରୟ କରାଯିବ। ଚିନାବାଦାମ ଏକ କ୍ୱିଣ୍ଟାଲ ପିଛା ୫୨୭୫ ଟଙ୍କା ଥିବାବେଳେ ମୁଗ ପ୍ରତି କ୍ୱିଣ୍ଟାଲ ପିଛା ୭୧୯୬ ଟଙ୍କା ଧାର୍ଯ୍ୟ କରାଯାଇଛି। ସେମାବାର ମାଲକାନଗିରି, ଭେଜାଙ୍ଗିୱାଡ଼ା, ପଡ଼ିଆ, ପୋଟ୍ରେଲ, ଖଇରପୁଟ, ମଙ୍ଗଳବାର ଚିତ୍ରାଙ୍ଗପାଲ୍ଲି, କୋରୁକୋଣ୍ଡା, ମାଥିଲି, ଶିଖପାଲ୍ଲୀ, ବୁଧବାର ଏମଭି-୭୨, ଲୁଗେଲ, ଏମଭି-୭୯, ନିଳାକାମ୍ବେରୁ, କୁଡୁମୁଲୁଗୁମ୍ମା, ଗୁରୁବାର ଉଣ୍ଡୁକୋଣ୍ଡା, ଗୁମୁକା, ପିଟାକାଟା, ରାସବେଡ଼ା, ଶୁକ୍ରବାର ପଦ୍ମଗିରି, ସାଲମାରିକୋଣ୍ଡା, ପୁଷୁଗୁଡ଼ା, ଚିତାପାରୀ, ଗୋବିନ୍ଦପାଲ୍ଲୀ ଓ ଶନିବାର ଏମପିଭି-୮୧, ଡୁଡାମେଟା, ପୋଟେରୁ ଓ ସୋମନାଥପୁର ଆଦି ମଣ୍ଡିରେ ଚାଷୀଙ୍କଠାରୁ ଚିନାବାଦାମ ଓ ମୁଗ କ୍ରୟ କରାଯିବ ବୋଲି ସୂଚନା ଦିଆଯାଇଛି। ଆଜି ପ୍ରଥମ ଦିନରେ ୨୧ଜଣ ଚାଷୀଙ୍କଠାରୁ ୨୬୦ ବସ୍ତା ଚିନାବାଦାମ ଓ ମୁଗ କ୍ରୟ କରାଯାଇଥିବା ଜଣାପଡ଼ିଛି।