Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୁନିଗୁଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୁନିଗୁଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ଦୁଖୀନି ନୁଣ୍ଡୃକାଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ ପ୍ରିତମ କୁମାର ତନ୍ତିଙ୍କ ସଂଯୋଜନାରେ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମୁଦାୟ ୪୩ଟି ଅଭିଯୋଗ ମଧ୍ୟରୁ ୩୨ଟି ବ୍ୟକ୍ତିଗତ ହୋଇଥିବାବେଳେ ୧୧ଟି ଗୋଷ୍ଠୀଗତ ଅଭିଯୋଗର ଶୁଣାଣୀ ଜିଲ୍ଲାପାଳ କରିଥିଲେ । ମୁଖ୍ୟ ସମସ୍ୟା ମଧ୍ୟରେ ନୂତନ ବସଷ୍ଟାଣ୍ଡର ନାଁ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ କରିବା, ନୂତନ କୋର୍ଟ ଘର ଭିତରେ ଏସି ଲଗେଇବା, ଡାକ୍ତରଖାନାରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା ଅଭିଯୋଗ ମୁନିଗୁଡ଼ା ବିକାଶ ପରିଷଦ ଓ ସ୍ଥାନୀୟ ଓକିଲଙ୍କ ପକ୍ଷରୁ କରାଯାଇଥିଲା । ଉକ୍ତ ସମସ୍ୟା ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ମୁନିଗୁଡ଼ା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ବିଜୟ କୁମାର ବାରିକଙ୍କ ତତ୍ୱାବଧାନରେ ମାଁ କାଳୀ ଏସଏଚଜି ବଡ଼ ବାଙ୍କିଲିକୁ ୨ ଲକ୍ଷ ଟଙ୍କା, ମାଁ ଏସଏଚଜି ବାଙ୍କିଲିକୁ ୨ ଲକ୍ଷ ୫୦ ହଜାର ଟଙ୍କା ଓ ମୁନିଗୁଡ଼ା ଧନେଶ୍ୱର ଏସଏଚଜିକୁ ୨ ଲକ୍ଷ ଟଙ୍କାର ଚେକ୍ ଋଣ ଆକାରରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ କରାଯାଇଥିବାବେଳେ ଆଗୁଳ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ପ୍ରକାଶ ସାହୁ କୁମୁଡ଼ାବାଲି ଗ୍ରାମର ନାଥ କାଶିଙ୍କୁ ମୋ ଘର ଯୋଜନାରେ ୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ଜଣଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ୩ଜଣ ଅକର୍ମଣ୍ୟଙ୍କୁ ୩ଟି ଟ୍ରାଇସାଇକେଲ ଓ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଜିଲ୍ଲାପାଳ ସ୍ୱଧାଦେବ ସିଂ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଏ ଆଇଟିଡିଏ ଶାନ୍ତି ପ୍ରଭା ପ୍ରଧାନ, ନିହାର ରଞ୍ଜନ କଅଁର, ଏଡିସନାଲ ଏସପି ବିଷ୍ଣୁ ପ୍ରସାଦ ପାତ୍ର, ବିଡିଓ ପ୍ରିତମ କୁମାର ତନ୍ତି, ବ୍ଲକ ସହକାରୀ ଯନ୍ତ୍ରୀ ଐଶର୍ଯ୍ୟ ଭଞ୍ଜ ଦେଓ, ଅତିରିକ୍ତ ସହକାରୀ ଯନ୍ତ୍ରୀ ଅଶୋକ ପାତ୍ର, ଯନ୍ତ୍ରୀ ରାମଚନ୍ଦ୍ର ସୂତାର, ପ୍ରଦୀପ କୁମାର ପରିଡ଼ା ଓ ଗୌରି ପ୍ରସାଦ ନାୟକଙ୍କ ସମେତ ସମସ୍ତ କାର୍ଯ୍ୟରତ ଲାଇନ ବିଭାଗ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବଡ଼ ବାବୁ ଜିତେନ୍ଦ୍ର ଧରା, ସିନିୟର କିରାଣୀ ସତ୍ୟ ନନ୍ଦ ବେହେରା ଓ ସାମାଜିକ ସୁରକ୍ଷା ଅଧିକାରୀ କଳ୍ପନା ସାହୁ ପରିଚାଳନା କରିଥିଲେ ।