ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାସ୍ତରୀୟ ସମସ୍ତ ଅମଲାମାନେ ଆଜିଠୁ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ନବରଙ୍ଗପୁରର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ ଏବଂ ଆବାହକ ଏମ ବାଲାକ୍ରିଷ୍ଣାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଚାଲିଛି । ଜିଲ୍ଲାସ୍ତରୀୟ କାର୍ଯ୍ୟରତ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବାବେଳେ ସେମାନଙ୍କୁ ମାଟ୍ରିକ ହାରରେ ଦରମା ମିଳୁଛି । ଫଳରେ ଦୀର୍ଘଦିନ ହେଲା ଅମଲାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ଅରୁଣ କୁମାର ରଥ, ରାମ ପଣ୍ଡା, ଦିଲ୍ଲୀପ ସାହୁ, ରାମ ପ୍ରସାଦ ରଥ, ଆଶୁତୋଷ ମହାନ୍ତି, କବିତା ବ୍ରହ୍ମା, ଆକାଶ ଗଣ୍ଡ, ସୁଧାଂଶୁ ମିଶ୍ର, ସୁରଜ କୁମାର ସ୍ୱାଇଁ ଓ ବବିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।