ଜୁଲାଇ ୨ରେ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲାସ୍ତରୀୟ ସମାରୋହ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁରରେଜିଲ୍ଲାସ୍ତରୀୟ ସାହିତ୍ୟ ସମାରୋହ ଜୁଲାଇ ୨ରେ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ଧୋଡ୍ରାସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବଲ୍ଲଭ ରାଉତଙ୍କ ଆହ୍ୱାନକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଡା. ସୁରେନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଇନଜୀବୀ ଶ୍ରୀନିବାସ ପଟ୍ଟନାୟକ, ପ୍ରଭାତୀ ଦେବନାଥ, ପ୍ରଫୁଲ୍ଲ ରାଉତ, ବଂଶୀଧର ଭୂୟାଁ, କେଦାରେଶ୍ୱର ପଟ୍ଟନାୟକ, ସାଇମନ ବିଡ଼ିକା, ଏମ୍ ହିମାଂଶୁ ଆଚାରୀ, ଗଣେଶ ପ୍ରସାଦ ରଣା ଓ ଅଞ୍ଜନ କୁମାର ଦାଶ ପ୍ରମୁଖ ଯୋଗଦେଇ ଏହି ସାରସ୍ୱତ ସମାରୋହ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିରେ ହେବାକୁ ଥିବା ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ ଇତ୍ୟାଦିର ରୂପରେଖ ସମ୍ବନ୍ଧରେ ଉପସ୍ଥିତ ସଜ୍ଜନମାନେ ନିଜ ନିଜ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିବା ବ୍ୟକ୍ତିମାନେ ଫୋନ୍ ଯୋଗେ ନିଜ ମତାମତ ପ୍ରଦାନ କରିଥିଲେ । ଶେଷରେ ଶ୍ରୀ ରାଉତ ଧନ୍ୟବାଦ ଦେଇଥିଲେ ।