‘ଆଦିପୁରୁଷ’ ନିର୍ମାତାଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଓମ୍ ରାଉତ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’କୁ ନେଇ ସମଗ୍ର ଦେଶରେ ବିବାଦ ଜାରି ରହିଛି । ଇତିମଧ୍ୟରେ  ହାଇକୋର୍ଟ ନିର୍ମାତାଙ୍କୁ ଭର୍ତ୍ସନା କରିବା ସହ ସେନ୍ସର ବୋର୍ଡ ଉପରେ ମଧ୍ୟ କ୍ରୋଧ ଜାହିର କରିଛନ୍ତି । ଜଷ୍ଟିସ ରାଜେଶ ସିଂହ ଚୌହାନ ଓ ଜଷ୍ଟିସ ଶ୍ରୀପ୍ରକାଶ ସିଂହଙ୍କ ଡିଭିଜନ ବେଞ୍ଚ ଆଗାମୀ ପୀଢ଼ୀଙ୍କୁ କ’ଣ ଶିଖାଇବା ପାଇଁ ଚାହୁଁଛନ୍ତି ବୋଲି ନିର୍ମାତାଙ୍କୁ ପ୍ରଶ୍ନ କରିଥିଲେ ।

ସୂଚନାଯୋଗ୍ୟ, ‘ଆଦିପୁରୁଷ’ ଫିଲ୍ମର ଆପତ୍ତିଜନକ ଡାୟଲୋଗ ଏବଂ ଅନ୍ୟ ସବୁ ତଥ୍ୟକୁ କୋର୍ଟ ସମ୍ମୁଖରେ ରଖାଯାଇଥିଲା । ଆଉ ଏଥିରେ କୋର୍ଟ ସହମତି ପ୍ରକାଶ କରିଥିଲେ । ଉକ୍ତ ମାମଲାର ଆଗାମୀ ଶୁଣାଣୀ ଜୁଲାଇ ୨୭ରେ ହେବ ।