କଟକ,ଏନ୍ଏନ୍ଏସ୍: ଜିଲ୍ଲାସ୍ତରୀୟ ହାକାଥାନ୍ ପ୍ରକଳ୍ପ ଓ ଆନ୍ସିଲାରୀ ପ୍ରତିଯୋଗିତା ୨୦୨୨-୨୩ ରେଭେନ୍ସା ଜୁନିୟର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡା. ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଶିକ୍ଷା ବ୍ୟବସ୍ଥା ବାହାରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଦିଗରେ ହାକାଥାନ କିପରି ଏକ ସମୟ ଉପଯୋଗୀ ପଦକ୍ଷେପ ତାହା ଅବଗତ କରାଇଥିଲେ । ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେନାମିକା ରାୟ ମଧ୍ୟ ଉଦବୋଧନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜୁନିୟର କଲେଜର ଅଧ୍ୟକ୍ଷ ଆରତୀ ତ୍ରିପାଠୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ, ଚୌଧୁରୀ ରମାକାନ୍ତ ପ୍ରହରାଜ ଓ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ମାନସୀ ଧଳ ପ୍ରମୁଖ ଯୋଗ ଦେଇଥିଲେ ।
ସେହିପରି ଜିଲ୍ଲା ଶିକ୍ଷାଧିକାରୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବୋଷର ଅଧ୍ୟକ୍ଷ ଡା. ହୃଷିକେଶ ମହାନ୍ତି, ମୁଖ୍ୟବକ୍ତା ଭାବେ ଇଂଜିନିୟର ଶିଶିର କୁମାର ସାହୁ ଓ ରେଭେନ୍ସା ଜୁନିୟର କଲେଜର ସହକାରୀ ପ୍ରଫେସର ସନାତନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କଟକ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, କୁଇଜ୍ ଓ ୨୫ଟି ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧରେ ପ୍ରଥମ ଆଶୁତୋଷ ବାରିକ, ଦ୍ୱିତୀୟ ସେନ୍ତାଷୀ ସାହୁ ଓ ତୃତୀୟ ସୁପ୍ରାଲିନ୍ ସାହୁ ହୋଇଥିବାବେଳେ ଇଂରାଜୀ ପ୍ରବନ୍ଧରେ ମିତାଲି ଦାସ, ସ୍ନେହା ମହାନ୍ତି, ଦାନିସ ଅହମ୍ମଦ, ଓଡ଼ିଆ ବକ୍ତୃତାରେ ମାନସୀ ରାଣୀ ମହାନ୍ତି, ସୁପ୍ରିୟା ସ୍ୱାଇଁ, ସାଇ ଆଲୋକ ଜ୍ୟୋତି ନନ୍ଦ, ଇଂରାଜୀ ବକ୍ତୃତାରେ ପ୍ରଲିପ୍ତା ପଣ୍ଡା, ଆକୁସା ଅହମ୍ମଦ, ସ୍ମୃତି ସମ୍ଭାବନା ସ୍ୱାଇଁ କୁଇଜରେ ପ୍ରିୟଦର୍ଶୀ ରାଉତ, ଚିନ୍ମୟୀ ଦାସ, ଜସ୍ମିନ ଭୂୟାଁ, ପ୍ରକଳ୍ପରେ ୫ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଅନନ୍ତ ଚରଣ ଦାସ, ଶିଶିର କୁମାର ନାୟକ, ରାଜକିଶୋର ପଣ୍ଡା ଓ ମିହିର କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ବିଜ୍ଞାନ ଶିକ୍ଷୟତ୍ରୀ ଓ ବିଚାରକ ସାଗରିକା ରାଉତ ଧନ୍ୟବାଦ ଦେଇଥିଲେ ।