ଜିଲ୍ଲାସ୍ତରୀୟ ଦୃଷ୍ଟିବାଧିତ ମହିଳାଙ୍କ ଆତ୍ମରକ୍ଷା କୌଶଳ ତାଲିମ ଉଦଘାଟନ କଲେ ବ୍ଲକ ଅଧ୍ୟକ୍ଷା

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟରେ କ୍ରିକେଟ ଏସୋସିଏସନ୍‌ ଫର୍ ଦ ଭିଜୁଏଲି ଇମ୍ପେୟାର୍ଡ୍(କାଭି) ଓଡିଶା ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଦୃଷ୍ଟିବାଧିତ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ତଥା ଭିନ୍ନକ୍ଷମ ବିଦ୍ୟାଳୟର ସମ୍ପାଦକ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଇଁନ୍ତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଉମାକାନ୍ତ ଷଡଙ୍ଗୀ ସଭା ସଂଯୋଜନା କରିଥିବା ବେଳେ ଏଥିରେ ଆଶ୍ରା ବଲାଙ୍ଗିରର ସମ୍ପାଦକ ରଣଜିତ ପ୍ରସାଦ ମହାନ୍ତି, ଜଗତବନ୍ଧୁ ଶିକ୍ଷା ନିକେତନ ସାଲେପାଲିର ସମ୍ପାଦକ କହ୍ନେୟାଲାଲ ସାମଲ, ଏସିଡି ଟିଟିଲାଗଡର ସମ୍ପାଦକ ଅଞ୍ଜଳି ବେହେରା, ମାଷ୍ଟର ଟ୍ରେନର ସୁରେଶ ଜାଲ ଯାଦବ, ଦୃଷ୍ଟିହୀନ ବିଦ୍ୟାଳୟ ସଇଁନ୍ତଲାର ରାହାସ ବିହାରୀ ସିଂ, ଶ୍ରବଣବାଧିତ ବିଦ୍ୟାଳୟ ସଇଁନ୍ତଲାର ମନୁୱାରା ସୁଲତାନା ବେଗମ, ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାନନ୍ଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଧବଳେଶ୍ୱର ଦାସଙ୍କ ତତ୍ୱାବଧାନରେ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କମଳାକାନ୍ତ ଶତପଥି, ସନ୍ତୋଷ କୁମାର ଜେନା, ସମୀର କୁମାର ନାୟକ, ପୁଷ୍ପାଞ୍ଜଳି ଦାସ, ପ୍ରତିଭା ବେହେରା, ସ୍ୱତନ୍ତ୍ର ଅଲିମ୍ପିକ୍ସର କୋଚ ଝସକେତନ ସାହୁ, ପୁଷ୍ପଲତା ଖଟୁଆ, ଶିଶିର କୁମାର ସାହୁ ସହଯୋଗ କରିଥିଲେ । ‘କାଭି’ର ଆତ୍ମରକ୍ଷା କୌଶଳ ପ୍ରଶିକ୍ଷକ ସୁରେଶଚନ୍ଦ୍ର ଜାଲ ଯାଦବ, ସୁଖରାମ ମାଝି ଆତ୍ମରକ୍ଷା ତାଲିମ ପ୍ରଦାନ କରିଥିଲେ।