ପଂଚମ ଦିନରେ ଜିଲ୍ଲା ବିଜେପିର ଆନ୍ଦୋଳନ

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ମଙ୍ଗଳବଜାରସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ୩ ଦଫା ଦାବିରେ କରାଯାଉଥିବା ଆନ୍ଦୋଳନ ମଙ୍ଗଳବାର ପଂଚମ ଦିନରେ ପହଂଚିଛି । ପୁରୁଣା ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ତୁରନ୍ତ ଅର୍ବାନ ସିଏଚସି ଘୋଷଣା, ଏଠାରେ ୫୦ ଶଯ୍ୟାର ବ୍ୟବସ୍ଥା ସହ ଅତିରିକ୍ତ ରୋଗୀ ସେବାର ପ୍ରଦାନ, ରୋଗୀଙ୍କ ପାଇଁ ୨୪ ଘଂଟିଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା ନ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି। ଆଜି ଆନ୍ଦୋଳନରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବଲବିନ୍ଦର ସିଂ ଓ ଉପ ସଭାପତି ରିତେଶ ସଂଖାର ବସିଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶ ନାମକୁ ମାନ୍ୟ କରି ଜନ ଆନ୍ଦୋଳନ ପରିବର୍ତେ ଦୁଇ ଜଣିଆ ହଙ୍ଗର ଷ୍ଟ୍ରାଇକ କରାଯାଉଛି । ଏବଂ ଏହା ଦାବି ପୁରଣ ହେବା ଯାଏ ଚାଲିବ ବୋଲି ଜିଲ୍ଲା ବିଜେପି ମଣ୍ଡଲ ପକ୍ଷରୁ କୁହାଯାଇଛି।