ଆଇଟି ଫାର୍ମ ପାଇଁ ଗାଇଡଲାଇନ୍ ଜାରି କଲା କମିସନରେଟ ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଟୁଇନ ସିଟିରେ ଥିବା ଆଇଟି ଫାର୍ମ ଗୁଡିକ ଉପରେ କମିସନରେଟ ପୁଲିସ କଟକଣା ଜାରି କରିଛି । ଏନେଇ କମିସନରେଟ ପୁଲିସ ମଧ୍ୟ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଶେଷ ୧୪ ଦିନରେ ବାହାରକୁ ଯାଇଥିବା କର୍ମଚାରୀଙ୍କୁ ଆଇଟି ଫାର୍ମ ଯିବାକୁ ବାରଣ କରାଯାଇଛି । ସେହିପରି ବାହାରୁ ଫେରିଥିବା କର୍ମଚାରୀକୁ ୧୪ ଦିନ ଯାଏଁ ଘରେ ରହି କାମ କରିବାକୁ କୁହାଯାଇଛି । ଯଦି ସେମାନେ କାର୍ଯ୍ୟ କରିବାକୁ ଅସମର୍ଥ ତେବେ କମ୍ପାନୀ ନିୟମ ଅନୁଯାୟୀ ଛୁଟିରେ ରହିବେ । କୌଣସି କର୍ମଚାରୀଙ୍କୁ ଜ୍ୱର, ଥଣ୍ଡା, କାଶ ଓ କଫ ହେଉଥିଲେ କାର୍ଯ୍ୟାଳୟ ନଯିବାକୁ ପରାମର୍ଶ ଦିଆଯାଇଛି । ଆଜି ଠାରୁ ନିୟମ ଲାଗୁ ହେବ, ଏହାକୁ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।