ଦେବଗଡ଼,ଏନ୍ଏନ୍ଏସ୍: କରୋନାର ମୁକାବିଲା ପାଇଁ ଲକଡାଉନ ସମୟରେ କ୍ଷୁଧାରେ ଥିବା ଗରିବ, ଅସହାୟ, ନିରାଶ୍ରୟ ଓ ଅନ୍ୟ ରାଜ୍ୟରୁ ବିଭିନ୍ନ ନିର୍ମାଣକାମ ପାଇଁ ଆସି ଲକଡାଉନ ଯୋଗୁଁ ଜିଲ୍ଲାରେ ରହି ଯାଇଥିବା ଶ୍ରମିକମାନଙ୍କୁ ସରକାରୀ ଘୋଷଣା ଅନୁଯାୟୀ ପ୍ରତ୍ୟେକ ଦିନ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ତିନୋଟି ବ୍ଲକର ୬୪ଟି ପଞ୍ଚାୟତରେ ୪୪୫୭ ଜଣଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସେଥିମଧ୍ୟରେ ୪୦୧୪ ବୟସ୍କ ଓ ୪୪୩ ଶିଶୁ ରହିଛନ୍ତି।
