୬ଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ, ୪୮ ଘଣ୍ଟା ପର୍ଯ୍ୟନ୍ତ କଟକ ସହର ସଟଡାଉନ

କଟକ,ଏନ୍ଏନ୍ଏସ୍: କଟକ ଅଞ୍ଚଳରୁ ଆଜି ପୁଣି ଏକ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛି। ତେବେ ବ୍ୟକ୍ତି ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬ଷ୍ଠରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୬ଷ୍ଠ କରୋନା ଆକ୍ରାନ୍ତ କଟକଠାରୁ ଚିହ୍ନଟ ହେବା ପରେ କଟକ ସହରକୁ ମଧ୍ୟ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ଏ ନେଇ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସମସ୍ତ ସହର ବନ୍ଦ ରହିବ। ଏ ନେଇ କଟକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସଟଡାଉନ ସମୟରେ ୬ଷ୍ଠ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ଓଡ଼ିଶା ଚିଫ୍ ସେକ୍ରେଟ୍ରାରୀ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।