ରାୟଗଡ଼ା ଜିଲ୍ଲାରେ କୋଭିଡ କଟକଣାକୁ ନେଇ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବା ଆରମ୍ଭ ହୋଇଛି। କିଛିଦିନ ହେବ ଗୋଟିଏରୁ ଦୁଇଟି ମଧ୍ୟରେ ସୀମିତ ଥିବା କରୋନା ସଂକ୍ରମଣ ଆଜି ୫ରେ ପହଞ୍ଚି ଥିବା ଜଣାପଡ଼ିଛି। ଗୋଟିଏ ପଟେ ସଚେତନତା ଅଭାବରୁ ଜିଲ୍ଲାରେ ଟିକାକରଣ ଅତ୍ୟନ୍ତ ନିରୁତ୍ସାହଜନକ ରହିଥିବା ବେଳେ ଏପଟେ ଆମାନିଆ କୋଭିଡ କଟକଣା ମାନୁନାହାନ୍ତି।

ଜିଲ୍ଲାକୁ କରୋନା ପ୍ରଭାବରୁ ମୁକ୍ତ ରଖିବାପାଇଁ ଜିଲ୍ଲା ପ୍ରଶାସନ ଏବେ ଆକ୍ସନମୁଡରେ। ମାସ୍କ ବ୍ୟବହାର ନ କରିବା, ସାମାଜିକ ଦୂରତା ନ ମାନିବା ସହ ହେଲମେଟ ନ ପିନ୍ଧିବା ଅମାନିଆଙ୍କୁ ସାବାଡ କରିବା ପାଇଁ ରାଜରାସ୍ତାକୁ ପ୍ରଶାସନ ଅଧିକାରୀମାନେ ଓହ୍ଲାଇଛନ୍ତି। ଆଜି ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଷ୍ଟେଟବ୍ୟାଙ୍କ ଛକ, ଶାରଳା ଛକରେ ଚଢ଼ଉ କରି ଫାଇନ ଆଦାୟ କରିଥିଲେ।