ସରପଞ୍ଚ ସୌମ୍ୟଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟଙ୍କ ଦ୍ୱାରା ଆଗତ ହୋଇଛି। ତେବେ ଏହି ଅନାସ୍ଥା ଉପରେ ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ହେବା ନେଇ ନୋଟିସ ହୋଇଛି। ଅନାସ୍ଥା ଭୋଟ ଗ୍ରହଣ ନେଇ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି।

ପରୀ ମୃତ୍ୟୁ ମାମଲାରେ ସରପଞ୍ଚ ସୌମ୍ୟଙ୍କୁ କୃଷି ମନ୍ତ୍ରୀଙ୍କ ଧମକ ଭିଡିଓ ଭାଇରାଲ ପରେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ।