ରାଜ୍ୟରେ ୩୯୪ କରୋନାରେ ସଂକ୍ରମିତ: ଖୋର୍ଦ୍ଧାରୁ ସର୍ବାଧିକ ୭୦

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୩୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୩୧ଜଣ ଓ ସ୍ଥାନୀୟ ସଂକ୍ରମଣ ୧୬୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୧ହଜାର ୩୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୦, କଳାହାଣ୍ଡିରୁ ୪୩, ନୂଆପଡ଼ାରୁ ୪୦, ବରଗଡ଼ରୁ ୩୪, ସୁନ୍ଦରଗଡ଼ରୁ ୩୧, କଟକରୁ ୨୭, ଅନୁଗୁଳରୁ ୨୪, ମୟୁରଭଞ୍ଜରୁ ୧୯, ଷ୍ଟେଟପୋଲରୁ ୧୫ ଜଣ ରହିଛନ୍ତି। ସେହିପରି ସମ୍ବଲପୁରରୁ ୧୪, ପୁରୀରୁ ୧୨, ବଲାଙ୍ଗିରରୁ ୧୦, ଗଞ୍ଜାମ ଓ ଯାଜପୁରରୁ ୭, ଝାରସୁଗୁଡ଼ାରୁ ୬, ବାଲେଶ୍ୱରରୁ ୫, କୋରାପୁଟ, ଢେଙ୍କାନାଳ, ଭଦ୍ରକ, ସୋନପୁରରୁ ୪ ଲେଖାଏଁ, ନବରଙ୍ଗପୁର, ରାୟଗଡ଼ା ଓ କେଉଁଝରରୁ ୩ ଲେଖାଏଁ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଲେଖାଏଁ ଓ ନୟାଗଡ଼ ଜିଲ୍ଲାରୁ ଜଣେ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦ଲକ୍ଷ ୭୩ହଜାର ୨୩୨ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୪୧ହଜାର ୩୧୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୭ହଜାର ୯୧ଜଣ ସୁସ୍ଥ ହୋଇଛନ୍ତି, ୧୯୨୧ଜଣଙ୍କର ମୃତ୍ୟୁ ଘଟିଛି ଓ ୨୨୪୬ ଜଣ ଚିକିତ୍ସିତ ହେଉଛନ୍ତି।