କଟକ,ଏନ୍ଏନ୍ଏସ୍: କଟକ ଏସସିବି କୋଭିଡ ହସ୍ପିଟାଲରେ ଚାରି ମହଲା ଝରକାରୁ ପଡ଼ି ଆଉ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏସ୍ସିବିରେ ଗତକାଲି ରାତିରେ ହସ୍ପିଟାଲର ୪ ମହଲା ଝରକାରୁ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରେ ମେଡିକାଲ ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ କାଜୁଆଲିଟିରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ତାଙ୍କର ଗୁରୁତର ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଗତ ରାତିରେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି। ପ୍ରତିଥର କଟକ ଏସସିବି କୋଭିଡ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳା ହେଉଛି। ଫଳରେ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଉଛି। ୩ ଦିନ ବ୍ୟବଧାନରେ ସନ୍ଦେହଜନକ ଭାବେ ଆଖି ବୁଜିଲେଣି ୨ ରୋଗୀ। ମଙ୍ଗଳବାର ଜଣେ ବୃଦ୍ଧ କୋଭିଡ୍ ହସ୍ପିଟାଲର ବାଥରୁମରେ ପ୍ରାଣ ହରାଇଥିବା ବେଳେ ଗତ ରାତିରେ ଚାରି ମହଲା ଝରକାରୁ ପଡ଼ି ଆଉ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି।