ଦମଦାର ପ୍ରଦର୍ଶନ ସତ୍ତ୍ୱେ ମହିଳା ହକିରେ ହାରିଲା ଭାରତ, ବ୍ରୋଞ୍ଜ ହାତେଇଲା ବ୍ରିଟେନ

ଜାପାନ,ଏଜେନ୍ସି: ମହିଳା ହକିରେ ଭାରତର ବ୍ରୋଞ୍ଜ ଆଶା ଧୂଳିସାତ୍। ଟୋକିଓରେ ଲଢୁଆ ପ୍ରଦର୍ଶନ କରିବା ପରେ ବି ହାରିଛି ଭାରତ। ବ୍ରିଟେନଠାରୁ ୪-୩ରେ ହାରିଲା ଭାରତ। ଫଳରେ ବ୍ରୋଞ୍ଜ ପଦକ ହାସଲ କରିଛି ବ୍ରିଟେନ୍। ଆଜି ଖେଳ ଆରମ୍ଭରୁ ଭାରତୀୟ ଦଳ ବ୍ରିଟେନକୁ କଡ୍ଡା ଟକ୍କର ଦେଇଥିଲେ। ପ୍ରାୟ ଦୀର୍ଘ ସମୟ ଧରି ବରାବର ରହିଥିଲା ସ୍ଥିତି।

ଗ୍ରୁପ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ରେ ଭାରତ ଏକ ଭଲ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲା। ବ୍ରିଟେନ ବିପକ୍ଷରେ ଦୁଇଟି ଗୋଲ ପଛରେ ରହି ସତ୍ତ୍ୱେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲା। ଶେଷ ମୂହୂର୍ତ୍ତରେ ବ୍ରିଟେନ ଆଉ ଏକ ଗୋଲ କରି ବିଜୟ ସୁନିଶ୍ଚିତ କରିଥିଲା।