ଚୋରା ଡିଜେଲ କାରବାରବେଳେ ଗ୍ରାହାକ ଓ ବ୍ୟବସାୟୀ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ବେଆଇନ ଡିଜେଲ କାରବାର କରିବା ଅଭିଯୋଗରେ ଦେବଗଡ଼ ପୁଲିସ ବଗଛେରା ଗ୍ରାମର ଜଣେ ବ୍ୟବସାୟୀ ଓ ଜଣେ ଗ୍ରାହାକଙ୍କୁ ଗିରଫ କରିଛି। ଏହାସହିତ ସେମାନଙ୍କ ଠାରୁ ୧୦୦ଲିଟର ଚୋରା ଡିଜେଲ ମଧ୍ୟ ଜବତ କରିଛି। ସୂଚନା ଅନୁଯାୟୀ, ବଗଛେରା ଗ୍ରାମର ବାବୁଲି ଲାକ୍ରା(୨୫) ଚୋରାରେ ଡିଜେଲ କାରବାର କରୁଥିବା ଖବର ପାଇବାପରେ ପୁଲିସ ଚଢ଼ଉ କରି ତା’ ନିକଟରୁ ୧୦୦ଲିଟର ଚୋରା ଡିଜେଲ ଜବତ କରିଥିଲା। ଏହାସହିତ ବଡ଼ବାହାଲ ଗ୍ରାମର ଯୋଗେଶ୍ୱର ପ୍ରଧାନ ନାମକ ଜଣେ ବ୍ୟକ୍ତି ଚୋରା ଡିଜେଲ କିଣୁଥିବାବେଳେ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।