ପାଟଣା ଓ ସାହାରପଡ଼ା ବ୍ଲକରୁ ୩ ଯୁବତୀ କରୋନା ପିଜିଟିଭ ଚିହ୍ନଟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମୁରୁସୁଆଁ ଟିଏମସି ସେଣ୍ଟରରୁ ୨ ଜଣ ଓ ସାହାରପଡ଼ା ବ୍ଲକ ଆଦର୍ଶ ବିଦ୍ୟାଳୟ ଟିଏମସି ସେଣ୍ଟରରୁ ଜଣେ ଯୁବତୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଗୁରୁବାର ଟ୍ୱିଟ କରି ସୂଚନା ଦେଇଛନ୍ତି। ଏମାନେ ସମସ୍ତେ ବାଙ୍ଗାଲୋରରେ କାମ କରୁଥିଲେ। ଏହାକୁ ମିଶାଇ ପାଟଣା ବ୍ଲକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବାବେଳେ ସାହାରପଡ଼ାରେ ୧୫ ଜଣ ରହିଛନ୍ତି।