Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜାତୀୟ ରାଜପଥରେ ଟ୍ରକରୁ ଡିଜେଲ ଚୋରି ରାକେଟର ୩ ସଦସ୍ୟ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜାତୀୟ ରାଜପଥରେ ଟ୍ରକରୁ ଡିଜେଲ ଚୋରି ରାକେଟର ୩ ସଦସ୍ୟ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅଞ୍ଚଳରେ ୪୯ ନମ୍ବର ଜାତୀୟ ରାଜପଥରେ ରାତି ସମୟରେ ବିଶ୍ରାମ କରୁଥିବା ମାଲ ବୋଝେଇ ଟ୍ରକରୁ ଡିଜେଲ ଚୋରି ରାକେଟର ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଜମନକିରା ଥାନାଞ୍ଚଳର ଟିକଲିପଡ଼ା ଗ୍ରାମର ଅନ୍ତର୍ଯ୍ୟାମୀ ସେଠୀ, ଜମନକିରାର ଦୀପକ ଖଡ଼ିଆ ଓ ସେମାନଙ୍କଠାରୁ ଚୋରା ଡିଜେଲ କିଣୁଥିବା ଗୁଣ୍ଡେଇମରାର ହିଜବୁଲ ଶେଖ । ଅନ୍ତର୍ଯ୍ୟାମୀ ଓ ଦୀପକଠାରୁ ଏକ ପଲସର ବାଇକ ଓ ତେଲ ଟାଙ୍କି ଭାଙ୍ଗିବାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହାସହ ଚୋରା ଡିଜେଲ କିଣୁଥିବା ହବିଜୁଲ ଶେଖ ନିକଟରୁ ୫୦ ଲିଟରରୁ ଊର୍‌ଦ୍ଧ୍ୱ ଚୋରା ଡିଜେଲ ଜବତ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ତିଳେଇବଣି ଫାଣ୍ଡି ଅଞ୍ଚଳ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ରାତି ସମୟରେ ବିଶ୍ରାମ କରୁଥିବା ମାଲ ବୋଝେଇ ଟ୍ରକମାନଙ୍କରୁ ଡିଜେଲ ଚୋରି ଅଭିଯୋଗ ଆସୁଥିବାବେଳେ ଚୋରଙ୍କ ସମ୍ପର୍କରେ କୌଣସି ସୁରାକ ମିଳୁନଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଫାଣ୍ଡି ପୁଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ କୈଳାସ ଛକ ନିକଟରେ ୨ଜଣ ଦୁର୍ବୁତ୍ତ ଏକ ପଲସର ବାଇକରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ପୁଲିସକୁ ଦେଖି ଦୁର୍ବୁତ୍ତମାନେ ବାଇକକୁ ଛାଡ଼ି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରି ଥାନାକୁ ଆଣି ପଚରାଉଚୁରା କରିଥିଲା । ପଚରାଉଚୁରା ବେଳେ ଅଭିଯୁକ୍ତ ଅନ୍ତର୍ଯ୍ୟାମୀ ଓ ଦୀପକ ଚୋରିରେ ଲିପ୍ତ ଥିବା ସ୍ୱୀକାର କରିବା ସହ ସେମାନେ ଗୁଣ୍ଡେଇମରାର ହିଜବୁଲକୁ ବିକୁଥିବା ପୁଲିସ ନିକଟରେ କହିଥିଲେ । ପରେ ପୁଲିସ ୩ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।