ମାଲକାନଗିରି,ଏନ୍ଏନ୍ଏସ୍: ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ରାଧା କ୍ରିଷ୍ଣନ ଶର୍ମା ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଫେରିଛନ୍ତି। ପ୍ରଥମେ ସେ ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ମାଓ ମୁକାବିଲା ନେଇ ଆଲୋଚନା କରିଥିଲେ। ଏହାପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସ୍ଥିତ ଶରତ ଚନ୍ଦ୍ର ମିଶ୍ର ଜିମନାଜିୟମ ହଲଠାରେ ଗତ ୨୬ ତାରିଖରେ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ସହ ଗୁଳି ବିନିମୟ ଘଟଣାରେ ଦୃଢ଼ ମୁକାବିଲା କରି ସଫଳତା ପାଇଥିବା ଯବାନଙ୍କୁ ପ୍ରଶଂସା କରିଥିଲେ। ଏଥି ସହ ସେମାନଙ୍କୁ ପୁରସ୍କୃତ କରି ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ।
ଏହାପରେ ବରିଷ୍ଠ ପୁଲିସ ଓ ବିଏସଏଫର ବରିଷ୍ଠ ଅଧିକାରୀଙ୍କ ମାଓ ଦମନ ଓ ଗତିବିଧି ଉପରେ ଆଲୋଚନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ କେ. ଅହମ୍ମଦ, ଏସଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂ, ମାଲକାନଗିରି ଏସପି ରିଷିକେଶ ଡି ଖିଲାରୀଙ୍କ ସହ ବହୁ ଅଧିକାରୀ ଯୋଗଦେଇଥିଲେ।