ଗୁଜରାଟୀରେ ଅଭିବାଦନ ଜଣାଇଲେ ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ଗୁଜରାଟର ଜାମନଗରରେ ଆଜି ଡବ୍ଲ୍ୟୁଏଚଓ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । ଏହି ଅବସରରେ ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ ଡା.ଟେଡ୍ରୋସ ଅଦନୋମ ଘେବିୟସ ଗୁଜରାଟୀରେ ଜନସାଧାରଣଙ୍କୁ ଅଭିବାଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ ଡା.ଟେଡ୍ରୋସ ଅଦନୋମ ଘେବିୟସ କହିଛନ୍ତି ଯେ, ସାକ୍ଷ୍ୟ ଆଧାରିତ ପାରମ୍ପରିକ ଚିକିତ୍ସାକୁ ସୁଦୃଢ଼ କରିବା ଓ ବିଜ୍ଞାନ ଶକ୍ତିକୁ ଉପଯୋଗ କରିବା ଲାଗି ଆମେ ଡବ୍ଲ୍ୟୁଏଚଓ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନକୁ ଉଦଘାଟନ କରିଛୁ । ଏହି ମହତ୍ତ୍ୱପୂର୍ଣ୍ଣ ପ୍ରୟାସକୁ ସମର୍ଥନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଭାରତୀୟ ଶିକ୍ଷକମାନେ ମୋତେ ପାରମ୍ପରିକ ଔଷଧ ସମ୍ବନ୍ଧରେ ଭଲ ଭାବେ ଶିଖାଇଥିବାରୁ ମୁଁ ତାଙ୍କଠାରେ ଆଭାର ବ୍ୟକ୍ତ କରୁଛି । ମୁଁ ବଲିଉଡ ଫିଲ୍ମର ଜଣେ ବଡ଼ ପ୍ରଶଂସକ ।